ବଡସାହି ଥାନା ଅଧୀନ ସିଂହଟିଆ ଗାଁରେ ଚଢ଼ାଉକରି ଚୋରା ଦେଶିମଦ ଜବତ ଘଟଣାରେ ଜଡିତ ଜଣକୁ ଗିରଫକରି ସୋମବାର ଅପରାହ୍ନ ପାଞ୍ଚଟାରେ କୋର୍ଟଚାଲାଣ କଲା ଅବକାରୀ ବିଭାଗ l ଗିରଫ ଅଭିଯୁକ୍ତ ଜଣକ ହେଉଛି ସିଂହଟିଆ ଗ୍ରାମର ସ୍ୱର୍ଗତ ହାଡିବନ୍ଧୁ ପାତ୍ରଙ୍କ ପୁଅ ଯୋଗେନ୍ଦ୍ର ପାତ୍ର l ବଡସାହି ଥାନା ଅଧୀନ ବେଲପାଳ ଉପକଣ୍ଠ ସିଂହଟିଆ ଗ୍ରାମରେ ଚୋରାମଦ କାରବାର ବାବଦରେ ଖବରପାଇ ବେତନଟୀ ଅବକାରୀ ଥାନା ଅଧିକାରୀ ପ୍ରଦୀପ କୁମାର ବେହେରା ଚଢାଉ କରିଥିଲେ l