ବୌଦ୍ଧ ସଦର: ମୁଣ୍ଡାପଡା ଠାରେ ମଗଧ ଗୋପାଳ ସମାଜ ପକ୍ଷରୁ ଗିରି ଗୋବର୍ଦ୍ଧନ ମହୋତ୍ସବ ପାଳିତ
ବୁଧବାର ଦିନ ବୌଦ୍ଧ ବ୍ଲକ ମୁଣ୍ଡାପଡା ଠାରେ ମୁଣ୍ଡାପଡା କେନ୍ଦ୍ର ମଗଧ ଗୋପାଳ ସମାଜ ପକ୍ଷରୁ ଭଗବାନ୍ ଶ୍ରୀକୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି l ମୁଣ୍ଡାପଡା କେନ୍ଦ୍ର ସଭାପତି ଧର୍ମୁଧର ପୋଢଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବରେ ମୁଣ୍ଡାପଡା କେନ୍ଦ୍ର ଅନ୍ତର୍ଗତ 28 ଖଣ୍ଡ ଗ୍ରାମର ମଗଧ ଗୋପାଳ ସମାଜର ସଦସ୍ୟ ପରିବାର ଅଂଶ ଗ୍ରହଣ କରିଥିଲେ | ସମ୍ପାଦକ ଗଜାନନ ଭୋଇ, ଉପ ସଭାପତି ସନ୍ତୋଷ ବାଘ, କୋଷାଧ୍ୟକ୍ଷ ବିଜୟ ନାଗ ଓ ଅନ୍ୟ ମାନେ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ |