ଚମ୍ପୁଆ: ବଡବିଲ ସହରରେ ଆରଏସଏସ ପକ୍ଷରୁ ପଥ ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଶତାବ୍ଦୀ ପୂର୍ତ୍ତି ଅବସରରେ ଆଜି ବଡବିଲ ଶାଖା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଛି। ସେହି କ୍ରମରେ ଆଜି ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରରୁ ଆରମ୍ଭ ହୋଇଥିବା ପଥ ସଞ୍ଚାଳନ କାର୍ଯ୍ୟକ୍ରମରେ ସଂଘର ପଦାଧିକାରୀଙ୍କ ସହ ଶତାଧିକ ସ୍ଵୟଂ ସେବକ ଅଂଶ ଗ୍ରହଣ କରି ସହର ପରିକ୍ରମା କରିଥିଲେ ଏବଂ ସହରବାସି ସମସ୍ତଙ୍କ ଉପରେ ପୁଷ୍ପ ବର୍ଷା କରୁଥିବାର ଦେଖିବାକୁ ମିଳିଥିଲା।