ସୁନ୍ଦରଗଡ ସହର: ତେଲିମାଲରେ ମହିଳାଙ୍କ ମଦ ବିରୋଧି ଆନ୍ଦୋଳନ ତେଜିଲା, ଠେଙ୍ଗା ଧରି ଜଗିଲେ ମଦୁଆ ଓ ମଦ ବେପାରୀଙ୍କୁ
ଆଜି ନଭେମ୍ୱର 8 ତାରିଖ ଶନିବାର ରାତି 9 ଟା ସମୟର ଇଏ ହେଉଛି ଦୃଶ୍ୟ। ନିଜ ଗାଁ କୁ ମଦ ମୁକ୍ତ କରିବା, ନିଜ ପରିବାର ଓ ନିଜ ପଡୋଶୀଙ୍କ ପରିବାରକୁ ସୁରକ୍ଷିତ ରଖିବା, ଯମ ରାଜଙ୍କ ନିକଟରୁ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖିବା ନେଇ ଏମାନେ ଅଣ୍ଟା ଭିଡିଛନ୍ତି। ତେବେ ପୂର୍ବରୁ ମହିଳା ମାନେ ଏକତ୍ରିତ ହୋଇ ରାଲି କରି ସାରା ଗାଁକୁ ମଦ ଓ ମଦୁଆଙ୍କ ଠାରୁ ମୁକ୍ତ ରଖିବା ନେଇ ଆନ୍ଦୋଳନ କରୁଥିଲେ। ତେବେ ଏବେ ସେମାନଙ୍କ ଆନ୍ଦୋଳନ ଅନ୍ୟ ରୂପ ନେଇଛି। ରାତି ହେଲେ ମଦ, ମଦୁଆ ଓ ମଦ ବେପାରୀଙ୍କୁ ସାବାଡ କରିବା ନେଇ ଲାଠି ଓ ଠେଙ୍ଗା ଧରି ଘର ଛାଡ଼ି ରାସ୍ତା ଉପରେ ଠିଆ ହୋଇ ରହୁଛନ୍ତି। ଦେଖନ୍ତୁ ମହିଳ