ମୟୁରଭଞ୍ଜ -ବାଲେଶ୍ୱର ଜିଲ୍ଲା ସୀମାନ୍ତ କଳମା ପଞ୍ଚାୟତ ଅଧୀନ ଗୋବିନ୍ଦରାୟପୁର ରାସ୍ତାର ମହେଶପୁର ଉପକଣ୍ଠ ବାଉଁଶ ପୋଖରୀ ନିକଟରେ କିଛି ଦୁର୍ବୁତ୍ତ ବଡ଼ଧରଣର ଅପରାଧ ଭିଆଇବାର ଯୋଜନା କରୁଥିବା ବାବଦରେ ଖବରପାଇ ବୈଶିଙ୍ଗା ପୁଲିସ ଅତର୍କିତ ଚଢ଼ାଉ କରିଥିବା ବେଳେ ସନ୍ଦିଗ୍ଧ ଦୁର୍ବୁତ୍ତ ମାନେ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ହେଁ ପୁଲିସ ସେଠାରୁ ଦୁଇଟି ଦେଶି ବନ୍ଧୁକ ଏବଂ ଦୁଇଟି ଅଫୁଟା ଗୁଳି ଜବତକରିଛି ପୁଲିସ l