କୋରାପୁଟ ସହର: ମହୁଲି ଗ୍ରାମ ପଞ୍ଚାୟତର ତଳଗୁଞ୍ଜି ଗ୍ରାମର ସରକାରୀ ବିଦ୍ୟାଳୟ ର ଅତିରିକ୍ତ ଶ୍ରେଣୀ ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ
କୋରାପୁଟ ନିର୍ବାଚନ ମଣ୍ଡଳୀ ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ମହୁଲି ଗ୍ରାମ ପଞ୍ଚାୟତର ତଳଗୁଞ୍ଜି ଗ୍ରାମ ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି। ଆଜି ଦିନ ୧୧ ଘଣ୍ଟା ସମୟରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଜନପ୍ରତିନିଧି ସହ ଗ୍ରାମବାସୀ ଉପସ୍ଥିତ ଥିଲେ।