- ବେଆଇନି ବାଲି ଘାଟ ପାଇଁ ରାସ୍ତା ନିର୍ମାଣ ବେଳେ ମୂଲ୍ୟବାନ ଗଛ କାଟାକୁ ଗ୍ରାମବାସୀଙ୍କ ବିରୋଧ। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କରଗୋଳା ବୈତରଣୀ ବାଲି ଘାଟ ନିକଟରେ। ପୂର୍ବରୁ ଏଠାରେ ଲିଜ ବାଲିଘାଟ ଥିବାବେଳେ ତାହା ଏବେ ଲିଜ ଦିଆ ଯାଇ ନାହିଁ। ଗ୍ରାମବାସୀ ମାନେ ଜଙ୍ଗଲ ବିଭାଗ ସହଯୋଗରେ ହଜାର ହଜାର ଗଛ ଲଗାଇ ଏକ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିଥିଲେ।