ନୂଆପଡା: ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ବାରା ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ନେଇ ମତଦାନ କେନ୍ଦ୍ର ୩୫୮କୁ ବୃଦ୍ଧି
ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ବାରା ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ନେଇ ମତଦାନ କେନ୍ଦ୍ର ଗୁଡ଼ିକର ପରିବର୍ତ୍ତନ ହୋଇଅଛି। ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ମତଦାନ କେନ୍ଦ୍ର ୩୦୨ ରୁ ୩୫୮କୁ ବୃଦ୍ଧି ହୋଇଅଛି। ସେହିପରି ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି । ପୁନଃବ୍ୟବସ୍ଥାପନ ପରେ ମୋଟ ମତଦାନ କେନ୍ଦ୍ର ୩୫୮ ରହିଥିବା ବେଳେ ସହରାଞ୍ଚଳରେ ୩୬ ଗୋଟି ଓ ଗ୍ରାମାଞ୍ଚଳରେ ୩୨୨ ଗୋଟି ମତଦାନ କେନ୍ଦ୍ର ରହିଅଛି। ଏନେଇ ଆଜି ୨ ଟାରେ ମୁଖ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି।