ଗୁରୁବାର ବୌଦ୍ଧ ଥାନା ବବଡା ଗ୍ରାମ ନିକଟ ଜଙ୍ଗଲରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷ ଉପରେ ବୌଦ୍ଧ ପୋଲିସର ପକ୍ଷରୁ ଚଢାଉ କରା ଯାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଅଞ୍ଚଳରେ ଗଞ୍ଜେଇ ଚାଷ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ବୌଦ୍ଧ ଥାନା ଓ ବଘିଆପଡା ଫାଣ୍ଡି ପୋଲିସ ପକ୍ଷରୁ ଚଢାଉ କରା ଯାଇଥିଲା l ଉକ୍ତ ଅଞ୍ଚଳରେ ହୋଇଥିବା ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରା ଯାଇଥିବା ସୂଚନା ମିଳିଛି |