ଚମ୍ପୁଆ: ଦେଓଝର ସ୍ଥିତ ଏକ ପ୍ଲାଣ୍ଟରେ କୋଇଲା ଅନଲୋଡ଼ିଂ ବେଳେ ଓଲଟିଲା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ଚାଳକ
ଦେଓଝର ସ୍ଥିତ ଏକ ପ୍ଲାଣ୍ଟରେ କୋଇଲା ଖାଲି କରିବାକୁ ଯାଇ ଏକ ଟ୍ରଲର ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣା ପଡିଛି। ଏହି ଦୁର୍ଘଟଣାରେ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ଉକ୍ତ ଗାଡିକୁ ଉଦ୍ଧାର କରା ଯାଇଥିଲା।