ଉଦଳା: ଉଦଳାରେ ରାସନ ପାଉନାହାନ୍ତି ଏକ ପରିବାର: ୪ ଜଣ ସଦସ୍ୟ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ
ଉଦଳା ବ୍ଲକ ଖାଲାଡ଼ି ପଞ୍ଚାୟତ ଦୁଟିକାଦେଇପୁର ଗାଁର ତରାଶ କୁମାର ହାଁସଦାଙ୍କ ପରିବାରକୁ ମାଗଣା ରାସନ ମିଳୁନଥିବା ନେଇ ଅଭିଯୋଗ ହୋଇଛି। ପରିବାରର ୪ ଜଣ ସଦସ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଥିବା କହିଛନ୍ତି। ସରକାରୀ ଯାଞ୍ଚ ପରେ ସ୍ପଷ୍ଟ ହେବ ସମସ୍ୟାର ସତ୍ୟାସତ୍ୟ।