ନବରଙ୍ଗପୁର ପୋଲିସ ଷ୍ଟେସନ: ଝରିଗାଁ: ମାଝିଆ ଗ୍ରାମରେ ବୋଲାନି ଯାତ୍ରା ଅନୁଷ୍ଠିତ
ଝରିଗାଁ ବ୍ଲକ ବକଡାବେଡା ପଞ୍ଚାୟତ ଅନ୍ତର୍ଗତ ମାଝିଆ ଠାରେ ପ୍ରତି ତିନି ବର୍ଷରେ ଥରେ ବୋଲାନି ଯାତ୍ରା ହୁଏ। ଗ୍ରାମବାସୀ ମାନେ ଯାହା ମାନସିକ କରିଥାନ୍ତି, ତାହା ଏହି ଯାତ୍ରାରେ ଦିଅନ୍ତି। ଗାଁ ର ଗାଈ ଗୋରୁ, ଚାଷବାସ, ପିଲାଛୁଆ ଆଦିଙ୍କ ଶାରୀରିକ, ମାନସିକ ସ୍ତରରେ ସମସ୍ତେ ସୁସ୍ଥ ରଖିବା ପାଇଁ ଏହି ପୂଜା ହୁଏ। ଏହି ପୂଜା ତିନି ଦିନ ଧରି ମଝିଆ ଠାରେ ଗୋଟିଏ ସ୍ଥାନରେ ସମସ୍ତ ଦେବଦେବୀଙ୍କୁ ରଖି ପୂଜା କରାଯାଏ ।ଶେଷ ଦିନରେ ନିକଟ ଗ୍ରାମ କମାବନ୍ଧ ଓ ମାଝିଗୁଡ଼ା ଗାଁ ବୁଲି ଏହି ପୂଜା କରାଯାଏ।