ଚମ୍ପୁଆ: ବଡବିଲ ଥାନା ପରିସରରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ କରା ଯାଉଛି। ସେହି କ୍ରମରେ ଆଜି ବଡବିଲ ଥାନା ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ବଡବିଲ ଏସଡିପିଓ ଶ୍ରୀ ଦେବେନ୍ଦ୍ର ପିଙ୍ଗୁଆ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଚାରା ରୋପଣ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କ ପରେ ବଡବିଲ ଥାନା ଆଇଆଇସି ଶ୍ରୀ ଅଶୋକ କୁମାର ନାୟକ ଓ ସମସ୍ତ କର୍ମଚାରୀ ଥାନା ପରିସରରେ ବୃକ୍ଷାଚାରା ରୋପଣ କରିଥିଲେ।