କୁତ୍ରା ବ୍ଲକ କଟଙ୍ଗ ଲାଖପଡା ଠାରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅନ୍ୟ ମାନଙ୍କ ସହ ଉକ୍ତ ଗ୍ରାମର ବହୁ ସନାତନୀ ହିନ୍ଦୁ ସମ୍ପ୍ରଦାୟ ପରିବାର ସମ୍ମିଳିତ ହୋଇଥିଲେ। ସର୍ବପ୍ରଥମେ ଏକ ବିଶାଳ ଶୋଭାଯାତ୍ରା ରେ କଳସ ଯାତ୍ରା କରାଯାଇଥିଲା। ପରେ ସମଗ୍ର ହିନ୍ଦୁ ସମାଜ ସୌଜନ୍ୟ ରେ ସଭାପତି ରାଜକୁମାର ଟପ୍ପୋ ଙ୍କ ଅଧ୍ୟକ୍ଷତାରେ ସଭକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ରଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଜିଲ୍ଲା ସଦ୍ଭାବନା ପ୍ରମୂଖ ସନାତନ ନାଏକ ମୂଖ୍ୟ ଅତିଥିରୁପେ ଯୋଗ ଦେଇଥିଲେ।