ଯାଜପୁର: ଯାଜପୁର ରୋଡ ଥାନା ସାପଗଡିଆ ସ୍ଥିତ ଏକ ଘରୁ ଦମ୍ପତ୍ତିଙ୍କ ଠାରୁ ଟଙ୍କା ଓ ସୁନାଗହଣା ଚୋରୀ ଘଟଣା, ଅଭିଯୁକ୍ତା ଗିରଫ,କୋର୍ଟ ଚାଲାଣ
Jajapur, Jajpur | Sep 21, 2025 ଯାଜପୁର ରୋଡ ଥାନା ସାପଗଡିଆ ସ୍ଥିତ ଏକ ଘରୁ ଦମ୍ପତ୍ତିଙ୍କ ଠାରୁ ଟଙ୍କା ଓ ସୁନାଗହଣା ଚୋରୀ ଘଟଣା, ଅଭିଯୁକ୍ତା ଗିରଫ,କୋର୍ଟ ଚାଲାଣ l ଗତ କିଛିଦିନ ତଳେ ସାପଗଡିଆ ଗାଁର ସୂର୍ଯ୍ୟମଣି ଚକ୍ର ଓ ତାଙ୍କ ସ୍ୱାମୀଙ୍କୁ ଘର ପାଖ ଜନୈକା ମହିଳା କୌଣସି ଥଣ୍ଡାପାନୀୟ ଦେଇ ତାଙ୍କ ନିକଟରୁ ସୁନା ଚେନ ଓ 30 ହଜାର ଟଙ୍କା ଲୁଟ କରି ନେଇଥିବା ଯାଜପୁର ରୋଡ ଥାନାରେ ଏତଲା ହେଇଥିଲେ l ଏହି ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଯାଜପୁର ପୋଲିସ କେଶ ନମ୍ବର 559/25ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥୁଲା l