ସମ୍ବଲପୁର ମ୍ୟୁନିସିପାଲଟି: ଚାରଭାଟି ଛକରୁ ଗୋବିନ୍ଦତୋଲା ଛକ ଯାଏଁ ରାସ୍ତାରେ ନାହଁ ଷ୍ଟ୍ରିଟ୍ ଲାଇଟ୍, ପ୍ରତିକ୍ରିୟା ରଖିଲେ ଅଞ୍ଚଳବାସୀ #jansamasya
ସମ୍ବଲପୁର ସହରର ଅନ୍ୟତମ ପ୍ରମୁଖ ରାସ୍ତା ଚାରଭାଟି ଛକରୁ ଗୋବିନ୍ଦତୋଲା ଛକ ଯାଏଁ ରାସ୍ତାରେ ନାହଁ ଷ୍ଟ୍ରିଟ୍ ଲାଇଟ୍, ଏଥିପାଇଁ ଅନ୍ଧାର ରହୁଛି ମୁଖ୍ୟରାସ୍ତା। ତେବେ ଏହାର ପ୍ରଭାବ ଗୋବିନ୍ଦତୋଲା ଛକରେ ବିଶେଷକରି ଦେଖିବାକୁ ମିଳୁଛି। ତେବେ ଏହି ରାସ୍ତାରେ ଥିବା ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟକୁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ସମୟରେ ହଟାଇ ଦିଆଯାଇଛି। ସେଵେଠୁ ଏହି ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା କାର୍ଯ୍ୟ ହୋଇନାହିଁ। ଏଥିପାଇଁ ଅଞ୍ଚଳର ଅନ୍ଧାର ରହୁଥିବା ବେଳେ ବିଭିନ୍ନ ସମୟରେ ଏଥିପାଇଁ ନାନା ଅଘଟଣ ମଧ୍ୟ ଘଟୁଛି। ଆଜି ଏନେଇ ଜନସାଧାରଣ ପ୍ରତିକ୍ରିୟା ରଖିଥିଲେ।