ବେତନଟୀ ଉପକଣ୍ଠ ସଠିଲୋ ପଞ୍ଚାୟତ ଅଧୀନ ଗରୁଡବସା ଗାଁରେ ସର୍ପାଘାତରେ ଗୁରୁତର ଜନୈକ ଯୁବକଙ୍କୁ ଶୁକ୍ରବାର ରାତି ୧୦ଟାରେ ବେତନଟୀ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇ ଥିବାବେଳେ ଯୁବକ ଜଣକ ମରିଥିବାନେଇ ମାନିବାକୁ ନାରାଜ ପରିବାରଲୋକେ ଡାକ୍ତରଖାନାକୁ ଗୁଣିଆ ଆଣି ଝଡାଫୁଙ୍କା କରୁଥିବାର ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା l ମୃତଯୁବକ ଜଣକ ହେଉଛନ୍ତି ଗରୁଡବସା ଗାଁର ସ୍ୱର୍ଗତ ଦାକ୍ଷୀନ ମୁର୍ମୁଙ୍କ ପୁଅ ଚନ୍ଦ୍ର ଓରଫ ମାନକା ମୁର୍ମୁ l