ମାହାଙ୍ଗା: ବିଧାୟକଙ୍କ ଉପସ୍ଥିତିରେ ଅଳିଯୋଡ଼ା ଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ
ଆଜି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅଳିଯୋଡ଼ା ଠାରେ ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ମାହାଙ୍ଗା ବ୍ଲକର ୨୫ରୁ ଉର୍ଦ୍ଧ୍ବ କର୍ମୀ ଅନ୍ୟଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ବିଧାୟକଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ଯୋଗଦାନ କରିଛନ୍ତି। ବିଧାୟକ ସେମାନଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କରିଛନ୍ତି।