ଘସିପୁରା ବ୍ଲକ ମଦନପୁରରେ ଆଜି ଆରଆଇ ଅଫିସ ଉଦଘାଟନ ହୋଇଯାଇଛି l ସୂଚନାଯୋଗ୍ୟ ୨୦୨୦ମସିହା ମଦନପୁରକୁ ନୂତନ ରାଜସ୍ବ ସର୍କଲ ଭାବେ ଘୋଷଣା ହେବା ପରେ ଏହି ଗୃହ ହୋଇଥିଲା l ଏହିପାଇଁ ୩୮ଲକ୍ଷ ଟଙ୍କା ବ୍ୟୟ ମଂଜୁର ହୋଇଥିଲା l ଘର ସମ୍ପୂର୍ଣ ହୋଇଯାଇଥିଲେ ମଧ୍ୟ ଦେଢ଼ ବର୍ଷ ହେଲା ଉଦଘାଟନ ହୋଇପାରୁନଥିଲା l ଗତ ସୋମବାର ଦିନ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ l ଜିଲ୍ଲାପାଙ୍କ ନିର୍ଦେଶ କ୍ରମେ ଆଜି ଘସିପୁରା ତହସିଲଦାର ଅଭୟ କୁମାର ସ୍ୱାଇଁ ପହଞ୍ଚି ନୂତନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦଘାଟନ କରିଥିଲେ l