ତଲସରା: ବଡ଼ଗାଁ ନର୍ସିଂ କଲେଜ ପ୍ରାଙ୍ଗଣରେ ନବରାତ୍ର ସମାରୋହ ଯୋଗ ଦେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା
ବଡ଼ଗାଁ ସ୍ଥିତ ନର୍ସିଂ କଲେଜ ପ୍ରାଙ୍ଗଣରେ ଆଜି ନବରାତ୍ର ସମାରୋହ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଗରବା ନୃତ୍ୟ ସହ ଦାଣ୍ଡିଆ ନାଚ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବଡ଼ଗାଁ ର ଜିଲ୍ଲା ପରିଷଦ ସଭ୍ୟ ଅମୀୟ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବ ରେ ଅଂଶଗ୍ରହଣ କରିଥିଲେ। ପ୍ରତିଷ୍ଠାତା ସଂପାଦକ ରାମଚନ୍ଦ୍ର ନାୟକ ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।