ବୌଦ୍ଧ ସଦର: କଣ୍ଟାମାଳ ବ୍ଲକ ଯୁଗ୍ମ ଜନ ଶୁଣାଣୀ ଶିବିରରେ 49 ଅଭିଯୋଗର ପଂଜିକରଣ ସୂଚନା
ସୋମବାର ଦିନ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିରରେ ମୋଟ 49 ଅଭିଯୋଗର ପଂଜିକରଣ ହୋଇଥିଲା | ଜିଲ୍ଲାପାଳଙ୍କ ପକ୍ଷରୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯୁଗ୍ମ ଜନ ଶୁଣାଣୀ ଶିବିରରେ ଉପସ୍ଥିତ ରହି ଆସିଥିବା ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ | ଆଜି ଆସିଥିବା 49 ଅଭିଯୋଗ ମଧ୍ୟରୁ 45 ଗୋଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଥିବା ବେଳେ 4 ଗୋଟି ଗୋଷ୍ଠୀ ଭିତ୍ତିକ ରହିଥିଲା l