ଫୁଲବାଣୀ ସହର: ଅପେରସନ ପ୍ରହାର,ପୁଲିସ ପକ୍ଷରୁ ଟୀକାବାଲି, ଶଙ୍କରାଖୋଲ ଉପରେ ଚଢ଼ାଉ, ବ୍ୟାପକ ଗୁଟଖା ଜବତ
ଅପେରସନ ପ୍ରହାର, ଟୀକାବାଲି ପୁଲିସ ପକ୍ଷରୁ ଚଢ଼ାଉ, ବ୍ୟାପକ ଗୁଟଖା ଜବତ.ନିଶା କବଳରେ ଯୁବ ପିଢ଼ି। ଯାହା ଚିନ୍ତାର ବିଷୟ ହୋଇଥିବା ବେଳେ ସମାଜ କୁ ସୁଧାରିବା କଷ୍ଟକର ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ରେ ସ୍ୱତନ୍ତ୍ର ଅପେରସନ ପ୍ରହାର ଚଳିତ ମାସ ଏକ ତାରିଖରୁ ଆରମ୍ଭ ହୋଇଥିବା ବେଳେ ପନ୍ଦର ତାରିଖ ପଯ୍ୟନ୍ତ ଚାଲିଵ । ଏହି କ୍ରମରେ କନ୍ଧମାଳ ଏସପି ଙ୍କ ନିର୍ଦେଶ କ୍ରମେ ଆଜିର ରେ ପୁଲିସ ପକ୍ଷରୁ ଟୀକବାଲି, ଶଙ୍କରାଖୋଲ ସ୍ଥାନରେ ଚଢ଼ାଉ କରି ବ୍ୟାପକ ନିକୋଟିନଯୁକ୍ତ ଗୁଟଖା, ଖାଇନି, ସିଗାରେଟ ଆଦି ଜବତ କରିଛି। ଥାନା ଅଧିକାରୀ ପ୍ରଜ୍ଞା ପରମିତା କର ସୂଚନା ଦେଇଛନ୍ତି.