ପରଜଙ୍ଗ: କଦଳୀପାଳ ଗାଁ ନିକଟରେ ବାଇକ୍ ଦୁର୍ଘଟଣା ଅଳ୍ପକେ ବର୍ତ୍ତି ବାଇକ୍ ଆରୋହୀ
କଦଳୀପାଳ ଗାଁ ନିକଟରେ ବାଇକ୍ ଦୁର୍ଘଟଣା ଅଳ୍ପକେ ବର୍ତ୍ତି ବାଇକ୍ ଆରୋହୀ। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କଦଳୀପାଳ ଗାଁ ନିକଟରେ ମଙ୍ଗଳବାର ସଂଧ୍ୟା ୬ଟାରେ ବାଇକ୍ ଦୁର୍ଘଟଣା ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ବାଇକ୍ ଆରୋହୀ। ସୁଚନା ଅନୁଯାୟୀ ବାଇକ୍ ଆରୋହୀ ଜଣକ ଭାଲୁମୁଣ୍ଡାରୁ ସାଆନ୍ଦା ଅଞ୍ଚଳକୁ ଯାଉଥିବା ବେଳେ କଦଳୀପାଳ ଗାଁ ନିକଟରେ ଭାରସାମ୍ୟ ହରାଇଥିବା ଖସି ପଡ଼ିଥିଲେ।ସ୍ଥାନୀୟ ଲୋକମାନେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ତେବେ ବାଇକ୍ ଆରୋହୀ ଜଣକ ପରଜଙ୍ଗ ଅଂଚଳର ବୋଲି ଜଣା ପଡ଼ିଛି।