ମାର୍ଶାଘାଇ: କେନ୍ଦ୍ରାପଡ଼ା: ଆଖୁଆ ପଞ୍ଚାୟତରେ ଦୂର ହେଲା ପାନୀୟ ଜଳ ସମସ୍ୟା
କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ ଆଖୁଆ ପଞ୍ଚାୟତରେ ଦେଖାଦେଇଥିବା ପାନୀୟ ଜଳ ସମସ୍ୟାର ସମାଧାନ ହୋଇଛି। ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ନିର୍ଦ୍ଦେଶରେ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ସିଂ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ପଦକ୍ଷେପ ନେଇଥିଲେ।