ଓଟିଏମ୍ ଷ୍ଟାଫ୍ କଲୋନୀରୁ ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କଲା ପୁଲିସ। ଅଭିଯୁକ୍ତଙ୍କ ନିକଟରୁ ଲ୍ୟାପ୍ଟପ୍, ମୋବାଇଲ, କ୍ୟାମେରା ଓ ରୂପା ଅଳଙ୍କାର ସମେତ ବିଭିନ୍ନ ଚୋରି ସାମଗ୍ରୀ ଜବତ ହୋଇଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।