ଭୁବନରେ ଗୁରୁବାର ୯ଟାରେ ମହା ଆଡମ୍ବରରେ ମା ଶ୍ୟାମାକାଳୀ ଙ୍କ ଭଷାଣୀ ଉତ୍ସବ ଅନୁଷ୍ଠିତ ହେଉଛି ।ଭୁବନ ଠାରେ ଗତ ଦଶଦିନ ଧରି ମା ଶ୍ୟାମାକାଳୀ ଙ୍କ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ମାଆଙ୍କ ଭଷାଣୀ ଉତ୍ସବ ମହା ଆଡ଼ମ୍ବରରେ ପାଳନ ହେଉଛି । ଏହା ମଧ୍ୟରେ କାଳୀ ବଜାର ପୂଜା ଅନୁଷ୍ଠାନ ୫୦ ବର୍ଷ ପୂର୍ତ୍ତି ଅବସରରେ ଭଷାଣୀ ଉତ୍ସବ କୁ ସ୍ୱତନ୍ତ୍ର ଭାବରେ ପାଳନ କରିବା ଲାଗି ପାରମ୍ପରିକ ଘୋଡ଼ା ନାଚ, ଅଘୋରୀ ନୃତ୍ୟ, ଛତିଶଗଡ଼ ପାରମ୍ପରିକ ବାଦ୍ୟ ଏବଂ ଭୁତ କମେଡି ଆଦି ସାମିଲ କରାଇଛନ୍ତି ।