ରାସଗୋବିନ୍ଦପୁର: ସର୍ପାଘାତରେ ଗୁରୁତର ଶିଳଦା ଗାଁର ମହିଳାଙ୍କୁ କଟକ ସ୍ଥାନାନ୍ତରବେଳେ ଅଧାରାସ୍ତାରେ ମୃତ୍ୟୁ, ମୃତଦେହ ଜବତକଲା ପୁଲିସ,ମଙ୍ଗଳବାର ହେବ ବ୍ୟବଚ୍ଛେଦ
ମୋରଡା ଥାନା ଅଧୀନ ଶିଳଦା ଗ୍ରାମର ଜନୈକା ମହିଳାଙ୍କର ସର୍ପାଘାତରେ ସୋମବାର ରାତି ଦଶଟାରେ ଶୋଚନୀୟ ମୃତ୍ୟୁ ଘଟିଛି l ମୃତା ମହିଳା ଜଣକ ହେଉଛନ୍ତି ଶିଳଦା ଗ୍ରାମର ସନ୍ତୋଷ ବଡମାଝିଙ୍କ ସ୍ତ୍ରୀ ମାମିନା ବଡମାଝୀ l ମାମିନା ବଡମାଝୀ ସୋମବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ସର୍ପାଘାତର ଶୀକାର ହୋଇଥିଲେ l ତେବେ ମାମିନାଙ୍କ ମାନସିକ ସ୍ଥିତି ସ୍ୱାଭାବିକ ନଥିବାରୁ ସାପ କାମୁଡିଥିବା ନେଇ ସେ ଘରଲୋକଙ୍କୁ ସଠିକ ଭାବେ ଜଣାଇ ପାରିନଥିଲେ l