ବିଞ୍ଝାରପୁର: ଯାଜପୁର ଟାଉନ ପୌର ପାଳିକାରେ ଗଣପର୍ବ କାଳୀପୂଜା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସଭା ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଯାଜପୁର ଟାଉନ ପୌର ପାଳିକାରେ ଗଣପର୍ବ କାଳୀପୂଜା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସଭା ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ଜିଲ୍ଲପାଳ ଅମ୍ବର କୁମାର କର, ଏସପି ୟସ ପ୍ରତାପ ଶ୍ରୀମଲ ଯୋଗଦେଇ ମା ଶ୍ୟାମା କାଳୀ ପୂଜାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ l ବୈଠକରେ ଟ୍ରାଫିକ, ବିଦ୍ୟୁତ, ପାନୀୟ ଜଳ,ରାସ୍ତା ଓ ପରିମଳ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା l