ବଡସାହି: ବଡାମପୁର ଜଙ୍ଗଲରୁ ବାହାରି ଭାଇଗାସାହି, କେତକୀଶୋଳ, ବଇଁଚାଗାଁ ହୋଇ ପିଙ୍ଗୁଳି ଗାଁମୁହାଁ ବଣୁଆହାତୀ ଅଗ୍ରସରନେଇ ସତର୍କସୂଚନା ଜାରିକଲା ବନବିଭାଗ
ବେତନଟୀ ରେଞ୍ଜ ବଡାପୁର ସେକ୍ସନ ଅଧୀନ ବଡାମପୁର ଜଙ୍ଗଲରେ ଥିବା ୨ଟିହାତୀ ରବିବାର ରାତି୧୦ଟାରେ ଜଙ୍ଗଲରୁ ବାହାରି ଭାଇଗାସାହି, କେତକୀଶୋଳ ବଇଁଚା ଗାଁହୋଇ ପିଙ୍ଗୁଳି ଗାଁମୁହାଁ ଆଗ୍ରସର ହେଉଥିବାନେଇ ବନବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି l ସୂଚନା ମୁତାବକ ହାତୀ ଦୁଇଟି ମୁଖ୍ୟଦଳରୁ ଅଲଗା ହୋଇ ପଛରେ ରହିଯାଇଥିବା ବେଳେ ବଡାମପୁର ଜଙ୍ଗଲରେ ଡେରା ପକାଇ ରହିଥିଲେ l