ରାସଗୋବିନ୍ଦପୁର: ଆଣୁଆ ଠାରେ ସଡକ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର, ଵର୍ତ୍ତିଗଲେ ଆରୋହୀ, ଶଙ୍କଟାପନ୍ନ ଅବସ୍ଥାରେ ବାରିପଦା ସ୍ଥାନାନ୍ତର
ମୋରଡା ନିର୍ବାଚନ ମଣ୍ଡଳୀ ତଥା ଥାନା ଅଧୀନ ଆଣୁଆ ଠାରେ ମଙ୍ଗଳବାର ଅପରାହ୍ନ ତିନିଟାରେ ଘଟି ଯାଇଥିବା ସଡ଼କ ଦୁର୍ଘଟଣାରେ ଜନୈକ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ପଛରେ ବସିଥିବା ଆରୋହୀ ଜଣକ ଅଳ୍ପକେ ଵର୍ତ୍ତି ଯାଇଛନ୍ତି l ସୂଚନା ମୁତାବକ ମୋରଡା ଥାନା ଅଧୀନ ହଳଦୀପାଳ ଗ୍ରାମର ଶ୍ୟାମସୁନ୍ଦର ବେହେରାଙ୍କ ପୁଅ ବୁଲୁ ବେହେରା ବାଇକଯୋଗେ ଜଣକୁ ପଛରେ ବସାଇ ବାରମାଇଲ ସାପ୍ତାହିକ ହାଟକୁ ଆସୁଥିଲେ l