ରାସଗୋବିନ୍ଦପୁର: କଲରାଫୁଲିଆ ନିକଟସ୍ଥ ବାଉରା ନଦୀରେ ଭାସିଯାଇ ବୃଦ୍ଧା ମୃତ,ମାମଲା ରୁଜୁକରି ତଦନ୍ତ ଆରମ୍ଭ କଲା ପୁଲିସ
ମୋରଡା ନିର୍ବାଚନମଣ୍ଡଳୀ ଅଧିନ ଭାଲିଆଡିହା ପଞ୍ଚାୟତର କଲରାଫୁଲିଆ ନିକଟସ୍ଥ ବାଉରା ନଦୀରେ ବୁଡି ଜନୈକା ବୃଦ୍ଧାଙ୍କ ମୃତ୍ୟୁରେ ଗୁରୁବାର ଅପରାହ୍ନ ପାଞ୍ଚଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କଲା ପୁଲିସ l ମୃତା ବୃଦ୍ଧା ଜଣକ ହେଉଛନ୍ତି ବାଉରା ଗ୍ରାମର କୁନ୍ତଳା ନାଏକ l କୁନ୍ତଳା ଗାଧୋଇବାକୁ ଯାଇ ନଦୀରେ ଭାସି ଯାଇଥିଲେ l ନଦୀ ସୁଅରେ ଅନତି ଦୂର ଯାଇ ପୋଲତଳେ ଲାଗିଯାଇ ଥିଲେ l ନଦୀରେ ଭାସୁଥିବାର ଦେଖି ସ୍ଥାନୀୟଲୋକେ ଖବର ଦେଇଥିଲେ l