ବୌଦ୍ଧ ସଦର: ବୌଦ୍ଧ ସହର ସମେତ ଜିଲ୍ଲାର ସମସ୍ତ ଗ୍ରାମରେ ପୁଅଙ୍କ ମଙ୍ଗଳ କାମନା କରି ମା' ମାନେ ପାଳିଲେ ପୁଅ ଜିଉନ୍ତିଆ ଓଷା
ରବିବାର ବିଳମ୍ବିତ ରାତିରେ ବୌଦ୍ଧ ସହର ସମେତ ଜିଲ୍ଲାର ସମସ୍ତ ଗ୍ରାମରେ ପୁଅ ମାନଙ୍କ ମଙ୍ଗଳ କାମନା କରି ମା' ମାନେ କରିଥିବା ପୁଅ ଜିଉନ୍ତିଆ ଓଷା ପାଳିତ ହୋଇ ଯାଇଛି l ପବିତ୍ର ମୂଳାଷ୍ଟମୀ ଅବସରରେ ମା ମାନେ ନିର୍ଜଳା ଉପବାସ କରି ପୁଅ ଜିଉନ୍ତିଆ ଓଷା ପାଳନ କରିଥିଲେ | ଗ୍ରାମ ମାନଙ୍କରେ କୋଠି ସ୍ଥାପନ କରି ପୁଅ ମାନଙ୍କ ମଙ୍ଗଳ କାମନା କରି ସାମୁହିକ ଭାବେ ଦୂତୀ ବାହନଙ୍କ ପୂଜାର୍ଚନା କରିବା ପରେ ଆଜି ସକାଳେ ବ୍ରତ ଉଦଯାପନ କରିଥିଲେ |