କୋରାପୁଟ ସହର: ହୃଦଘାତରେ ଆଇଆରବି ଯବାନଙ୍କ ମୃତ୍ୟୁ କୋରାପୁଟ ଟାଉନ୍ ଥାନାରେ ଅପମୃତ୍ୟୁ ମାମଲା ରୁଜୁ
ସପ୍ତମ ଭାରତୀୟ ରିଜର୍ଭ ବାଟଲିୟନର ଓଡ୍ରାଫ ବିଭାଗରେ ଯବାନ ଭାବେ କାର୍ଯ୍ୟରତ ୩୪ ବର୍ଷୀୟ ସୂର୍ଯ୍ୟକାନ୍ତ ନାୟକଙ୍କର ରବିବାର ସକାଳେ ହୃଦଘାତରେ ପରଲୋକ ହୋଇଛି। ସ୍ବର୍ଗତ ନାୟକଙ୍କ ନିଜ ଘର ଯାଜପୁର ଜିଲ୍ଲା ସଦର ମହକୁମା ବୋଲି ଜଣା ପଡ଼ିଛି। ରବିବାର ସକାଳେ ତାଙ୍କର ହୃଦଘାତ ହେବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତି କରା ଯାଇଥିଲା କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ଟାଉନ ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବାବେଳେ ଏଏସଆଇ ଦୁଶା ପାଲକା ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ସୂଚନା ଦେଇଛନ୍ତି।