ବୁଧବାର ରାତିରେ ବୌଦ୍ଧ ପଞ୍ଚାୟତ କଲେଜ ଠାରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ମାନବାଧିକାର ଦିବସ ଅବସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ଜଜ୍ ତଥା ଦୌରା ଜଜ ପ୍ରତାପ କୁମାର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ | ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଜଜ୍ ଏ କେ ପଶ୍ଚିମ କବାଟ, ରେଜିଷ୍ଟlର ଜୟ ପ୍ରକାଶ ନାଏକ, ସି ଜେ ଏମ ନିରଞ୍ଜନ ପାତ୍ର, ବରିଷ୍ଠ ଆଇନ ଜୀବି ନବ କୁମାର ମିଶ୍ର, ଶାନ୍ତନୁ କୁମାର ମହାପାତ୍ର ମଞ୍ଚାସୀନ ଥିଲେ l ଆଇନ ଜୀବି ଧୂରୀଣ କୁମାର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ |