କୋରାପୁଟ ବ୍ଳକ୍ ଡୁମୁରିପଦର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଏବଂ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ ୨ଟା ପର୍ଯ୍ୟନ୍ତ ଆୟୋଜିତ ଶିବିରରେ କୋରାପୁଟ ବ୍ଳକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ଗୌଡ଼ ଉପସ୍ଥିତ ରହି ପଞ୍ଚାୟତର ବିଭିନ୍ନ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ।