ପାରଳାଖେମୁଣ୍ଡି: ହତ୍ୟା ଧମକ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୨ ଅଭିଯୁକ୍ତ
ହତ୍ୟା ଧମକ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୨ ଅଭିଯୁକ୍ତ । ଜମିବାଡି ବିବାଦକୁ ନେଇ ଦିନକୁ ଦିନ ସମାଜରେ ବିଭିନ୍ନ ମାମଲା ଦେଖିବାକୁ ମିଳୁଛି। ସେଇଭଳି ଏକ ମାମଲା ଅଡ଼ବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଗ୍ରାମରେ ୨୦୨୩ ମସିହାରେ ଘଟିଯାଇଥିଲା; ଯେଉଁ ମାମଲାର ଶୁଣାଣି କରି ଆଜି ମୋହନା ଜେଏମ୍ଏଫସି ଶ୍ରୀ ଶୁଭଜିତ ବେହେରା ଦୁଇ ଜଣ ଅଭିଯୁକ୍ତ ଆଲିଗଣ୍ଡା ଗ୍ରାମ ନିବାସୀ ଶ୍ରୀ ବିଶ୍ଵନାଥ ନାୟକ ଓ ତାଙ୍କ ସ୍ତ୍ରୀ ଶ୍ରୀମତୀ ବିରଜା ରଣଜିତଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୨୯୪(ଅଭଦ୍ର ଭାଷାରେ ଗାଳି ଦେବା) ଓ ୫୦୬ (ହତ୍ୟା ଧମକ ଦେବା) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ପ୍ରବେଶନ ଅଫ ଅଫେଣ୍ଡର୍ସ ଆକ