ଆଜି ଅକ୍ଟୋବର 20 ତାରିଖ ସୋମବାର ପବିତ୍ର ଦୀପାବଳି ଓ ମା କାଳୀ ପୂଜା, ଏହି ଅବସରରେ ଅଉଁଳା ଜୋର ଗ୍ରାମର ମହିଳା ମାନେ ମଦ ମୁକ୍ତ ଗାଁ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ସେମାନେ ଧରୁଆ ଡିହି ପୋଲିସର ସହାୟତା ନେବା ସହ ତାଙ୍କ ଉପସ୍ଥିତିରେ ଏହି ମଦ ବିରୋଧି ଆନ୍ଦୋଳନ ଆରମ୍ଭ କରିଛନ୍ତି। ମହିଳାଙ୍କ ଏହି ସଂସ୍କାର ମୂଳକ ଅଭିଯାନକୁ ସମର୍ଥନ କରିଛନ୍ତି ମଝାପଡ଼ା ସରପଞ୍ଚ, ଲେଢିମଙ୍ଗ ସରପଞ୍ଚ ଓ ସ୍ଥାନୀୟ ବୁଦ୍ଧିଜୀବୀ। ଗାଁରେ ମଦ ବିକ୍ରି ବନ୍ଦ ହେବ ନ ହେଲେ ମଦ ବିକ୍ରେତା ଓ ମଦୁଆ ଗାଁରୁ ତଡ଼ା ଖାଇବେ। ଏହି ନିଷ୍ପତ୍ତି ଆଜି ମହିଳା ମାନେ ନେଇଛନ୍ତି।