ଅମ୍ବାଭୋନା: ପ୍ରକାଶପୁର ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ୨୫୬ ପ୍ରହରୀ ନାମଯଜ୍ଞ ଜାରିରହିଛି, ଆଜି ଛପନଭୋଗ ପ୍ରଭୁଙ୍କୁ ଅର୍ପଣ ହେଲା, ଦେଖନ୍ତୁ ମତାମତ
ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପ୍ରକାଶପୁର ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ୨୫୬ ପ୍ରହରୀ ଅଖଣ୍ଡ ହରି ନାମଯଜ୍ଞ ଜାରିରହିଛି। ଏହି ଅବସରରେ ଆଜି ମହା ଆଡମ୍ବର ଓ ଧାର୍ମିକ ଉତ୍ସାହ ମଧ୍ୟରେ ଭଗବାନଙ୍କୁ ୫୬ ଭୋଗ ଲାଗି ହୋଇଥିଲା। ଏହି ୫୬ ଭୋଗ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟା ରେ ପୁରୁଷ ଭକ୍ତ ଓ ମହିଳା ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ଏହି ମହାନାମଯଜ୍ଞରେ ଉଗ୍ରସେନ ନାୟକ ସପତ୍ନୀକ ସୁବାସିନୀ ନାୟକ କର୍ତ୍ତା ଭାବେ ଦାୟିତ୍ୱ ତୁଳାଇଛନ୍ତି, ଆଜି ଅପରାହ୍ନ 3 PM. ରେ ନିଆଯାଉଥିବା ଭକ୍ତ ମାନଙ୍କ ଦେଖନ୍ତୁ ମତାମତ