ବୌଦ୍ଧ ସଦର: ଖଲିଆପାଲି ଠାରେ ବିଜେପି ପକ୍ଷରୁ ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ
ରବିବାର ଦିନ ବୌଦ୍ଧ ବ୍ଲକ ବ୍ରାମ୍ହଣୀ ପାଲି ଠାରେ ବିଜେପି ପକ୍ଷରୁ ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ ଅବସରରେ ମୁଣ୍ଡାପଡା ମଣ୍ଡଳ ବିଜେପି ସଭାପତି ରଞ୍ଜନ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର, ଉପ ସଭାପତି ଶ୍ୟାମ ସୁନ୍ଦର ପୁରୋହିତ, ବରିଷ୍ଠ ବିଜେପି ନେତା ରାଜ୍ କୁମାର ମେହେର, ମଣ୍ଡଳ ସମ୍ପାଦକ ତଥାଗତ କର୍ଣ୍ଣ, ଜିଲ୍ଲା ପ୍ରତିନିଧି ଆରତି ମହାକୁଡ o ଓ ଅନ୍ୟ ମାନେ ଯୋଗ ଦେଇ ଥିଲେ l