କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମରୋଡ଼ ରେ ଆଜି ମୋ ବସ ଧକ୍କାରେ ଜଣେ ବ୍ୟକ୍ତି ଆହତ l ଆହତ ଜଣକ ହେଲେ ନନ୍ଦିନୀ କଲୋନୀ ରେ ମନହର ମାଝି l ମିଳିଥିବା ସୂଚନା ଅନୁସାରେ ମାନହୋର ଆଜି ସନ୍ଧ୍ୟା ପ୍ରାୟ 6.30 ସମୟରେ ଘରକୁ ଆସୁଥିବା ସମୟରେ ତାଙ୍କୁ ମୋ ବସ ଧକ୍କା ଦେଇ ଫେରାର ହୋଇ ଯାଇଥିଲା l ମନହର ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ l ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ ଫେରାର ମୋ ବସ କୁ ଗୋଡ଼ାଇ ଫାର୍ମ ରୋଡ଼ ଛକ ରେ ସ୍ଥାନୀୟ ଲୋକେ ଧରି ପୋଲିସ କୁ ହସ୍ତାନ୍ତର କରିଥିଲେ l ପୋଲିସ ଘଟଣାର ତଦନ୍ତ ଜାରି ରଖିଛି