ଆଜି ଡିସେମ୍ବର 7 ତାରିଖ ଅପରାହ୍ନ 4 ଟା ପାଖାପାଖି ସମୟରେ ଧରୁଆ ଡିହି ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କୋର୍ଟ ଦ୍ଵାରା NBW ଜାରି ହୋଇଥିବା ଅଭିଯୁକ୍ତ ଅଶୋକ ବାଘ ଓରଫ ଦୟାନନ୍ଦ ବାଗ କୁ ଗିରଫ କରିଛନ୍ତି। ଅଶୋକ ବାଘ 2019 ମସିହାରେ ଏକ ସଙ୍ଗୀନ ଅପରାଧରେ ଜଡିତ ଥିବା ବେଳେ ହୁଲିଆ ବଦଳାଇ ଫେରାର ଥିଲା। ଏ ନେଇ ମାନ୍ୟବର ଅଦାଲତ ତା ନାମରେ GR Case No 868/2019 ରେ NBW ଇସ୍ୟୁ କରିଥିଲେ। ସେହି ନିର୍ଦ୍ଦେଶ ବଳରେ ଆଜି ଧରୁଆ ଡିହି ପୋଲିସ ଅଭିଯୁକ୍ତକୁ ଗିରଫ କରି ସନ୍ଧ୍ୟା 6:30 ପାଖାପାଖି ସମୟରେ କୋର୍ଟ ଚାଲାଣ କରିଛନ୍ତି।