କଟକସଦର ର ୫ ନମ୍ବର ଯୋନ କନ୍ଦରପୁର ଠାରେ ବିଜେପି ର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ ସହ ମିଶ୍ରଣ ପର୍ବ ରବିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଛି। ରାଜ୍ୟ କୃଷକ ମୋର୍ଚାର ଉପସଭାପତି ହୃଷିକେଶ ଜେନାଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କର୍ଯ୍ୟକ୍ରମରେ ବିଜେପି ର କଟକ ସାଂସଦ ପାର୍ଥି ଭର୍ତ୍ତିହରି ମହତାବ୍ ଯୋଗ ଦେଇ ମୋଦୀ ସରକାର ସମୟରେ ଦିଲ୍ଲୀ ଦରବାର ରେ ଓଡ଼ିଶା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ଏବଂ ବିଜୁ ଜନତା ଦଳ ଓଡିଶା ବାସୀଙ୍କୁ ଧୋକା ଦେଇଛି।ସମୟ ଆସିଛି ସମସ୍ତେ ଏକାଠି ହୋଇ ସରକାର ବଦଳାଇବା ସୁନାର ଓଡିଶା ଗଠନ ପାଇଁ।