2026 ଶିକ୍ଷା ବର୍ଷ ରେ ନବୋଦୟ ବିଦ୍ୟାଳୟରେ ନାମଲେଖା ପାଇଁ ଆଜି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ପରୀକ୍ଷା l ତେଣୁ ଗଞ୍ଜାମ ଜିଲ୍ଲା ଆସିକା ସହାର ହରିହର ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ର ଏକମାତ୍ର ସେଣ୍ଟର ଭାବେ ଆଜି ଏହି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି l ପରୀକ୍ଷା କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଆଜି ବ୍ଲକର ବିଭିନ୍ନ ସ୍ଥାନରୁ ମୋଟ 248 ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି l ଦିନ 10 ଟା 30 ରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ତାପୂର୍ବରୁ କଡା କଡୀ ଯାଞ୍ଚ ପରେ ପ୍ରବେଶ କରିଥିଲେ l