କିରିଙ୍ଗସିରା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠାନର ପ୍ରଧାନ ଶିକ୍ଷକ ବ୍ରିଧିଚନ୍ଦ୍ର ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଅନନ୍ତ କୁମାର ନାଏକ ଯୋଗଦେଇ ଶିକ୍ଷା ହେଉଛି ମଣିଷ ଜୀବନର ମୂଳ ଆଧାର ବୋଲି କହିଥିଲେ। ପିଏମ୍ ଶ୍ରୀ ଯୋଜନା ଅଧୀନରେ ବିଦ୍ୟାଳୟର ଶିକ୍ଷାଗତ ଓ ଭୌତିକ ଉନ୍ନତି ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ।