ବଡଚଣା: ଅନ୍ଧାରୀ ଛକରେ କୋରେଇ ପୋଲିସ ଓ ଅଗ୍ନିଶମ ବିଭାଗ ଦ୍ୱାରା ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର
ଅନ୍ଧାରୀ ଛକରେ କୋରେଇ ପୋଲିସ ଓ ଅଗ୍ନିଶମ ବିଭାଗ ଦ୍ୱାରା ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର l ଆଜି ଅନ୍ଧାରୀ ଛକରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ l ଏଥିସହିତ କୋରେଇ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ସେପଟେ ଖବର ପାଇ କୋରେଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଗୁରୁତର ଯୁବକକୁ ଉଦ୍ଧାର କରି ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ l ତେବେ ଯୁବକ ଜଣଙ୍କ କଉ ଅବସ୍ଥାରେ ପଡିଲେ ସ୍ପଷ୍ଟ ହେଇନାହିଁ l