ସୁନ୍ଦରଗଡ ସହର: କାଲୋ ବାହାଲ ରେଲୱେ ଓଭର ବ୍ରିଜ ନିକଟରେ କୋଇଲା ବୋଝଇ ଟ୍ରଲର ଧକ୍କାରେ ଡୁଡୁକା କଲେଜର ଦୁଇ ଛାତ୍ରୀ ଗୁରୁତର
ଆଜି ଅକ୍ଟୋବର 22 ତାରିଖ ବୁଧବାର ଅପରାହ୍ନ 3 ଟା ପାଖାପାଖି ଘଟିଛି ଏହି ଘଟଣା। ଡୁଡୁକା କଲେଜର ଦୁଇ ଜଣ ଛାତ୍ରୀ ଏକ ସ୍କୁଟି ଯୋଗେ ତାଙ୍କ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ଏକ କୋଇଲା ବୋଝେଇ ଟ୍ରଲର ଧକ୍କା ଦେଇ ଫେରାର ହୋଇଯାଇଛି। ଦୁଇ ଛାତ୍ରୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ କେତେକ ପଥଚାରୀଙ୍କ ନଜରକୁ ଆସିଥିଲା ଏହି ଘଟଣା। ସେମାନେ ତୁରନ୍ତ ଆମ୍ବୁଲାନ୍ସ ଡକାଇ ସେମାନଙ୍କୁ ସର୍ଗିପାଲି ଡ଼ାକ୍ତରଖାନାକୁ ପଠାଇଥିଲେ। ତେବେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡ଼ିଛି। ଜଣଙ୍କ ରକ୍ତସ୍ରାବ ବନ୍ଦ ହେଉ ନ ଥିବା ବେଳେ ଅନ୍ୟ ଜଣେ ଅଚେତ ଅବସ୍ଥାରେ ଥିବା ଜଣା ପଡିଛି। ତେବେ ଦୁଇ