ବୌଦ୍ଧ ସଦର: ବୌଦ୍ଧ ବ୍ଲକର ବିଭିନ୍ନ ଅଞ୍ଚଳକୁ ଗସ୍ତ କଲେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ
ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ବୌଦ୍ଧ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି | ଜିଲ୍ଲାପାଳ ଶ୍ରୀ ନାୟକ ବନ ବିଭାଗ ପରିଚାଳିତ ବଲାସିଙ୍ଗା ଗ୍ରାମ୍ୟ ଜଙ୍ଗଲ ଓ ଡମ୍ବରୁ ଗଡ ପାର୍କ ପରିଦର୍ଶନ କରିଥିଲେ | ଉକ୍ତ ଦୁଇଟି ପ୍ରକଳ୍ପ ଦ୍ବାରା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ଓ ଅର୍ଥ ନୈତିକ ବିକାଶ ଉପରେ କେଉଁ ପ୍ରକାର ପ୍ରଭାବ ପକାଇଛି ଓ ଆଗକୁ ବିଭାଗର କଣ ଲକ୍ଷ ରହିଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ | ବୌଦ୍ଧ ଠାରୁ ମସିଣା ପଡା ପର୍ଯ୍ୟନ୍ତ୍ ଜାତୀୟ ରାଜପଥରେ ଥିବା ଖାଲଖମା ଓ ଦୁର୍ଘଟଣା ପ୍ରବଣ ଅଂଚଳ ପରିଦର୍ଶନ କରିଛନ୍ତି |