ଶୁକ୍ରବାର ସନ୍ଧ୍ୟାରେ କଚେରୀ ପଡିଆ ଠାରେ ଚାଲିଥିବା ବିଂଶ ତମ ବୌଦ୍ଧ ପୁସ୍ତକ ମେଳା ଅବସରରେ ଚତୁର୍ଥ ସନ୍ଧ୍ୟାର ଆଲୋଚନା ଚକ୍ର ଆଜିର ଡିଜିଟାଲ୍ ଯୁଗରେ ସାମ୍ବାଦିକତା ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ପ୍ରେସ୍ କ୍ଲବ ପକ୍ଷରୁ ଆୟୋଜିତ ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ଶଶାଙ୍କ ଶେଖର ପଣ୍ଡା ଯୋଗ ଦେଇଥିଲେ | ଉପ ସଭାପତି ସମରେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା |