ଭଞ୍ଜନଗର: ସୋରଡାରେ ବିକାଶ ଠପ୍, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ
ସୋରଡା ନିର୍ବାଚନ ମଣ୍ଡଳୀରେ ବିକାଶ କାର୍ଯ୍ୟ ବନ୍ଦ ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ସମାଲୋଚନା କରାଯାଇଛି। ସଭାପତି ଦଣ୍ଡପାଣି ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଦଳୀୟ ସଂଗଠନକୁ ମଜବୁତ କରିବା ନେଇ ମଧ୍ୟ ଆଲୋଚନା ହୋଇଛି।