ମୋରଡା ଥାନା ଅଧୀନ ମସରଦା ଏବଂ ଅଙ୍ଗାରିଆ ଅଞ୍ଚଳରେ ଗୁରୁବାର ଅପରାହ୍ନ ପାଞ୍ଚଟାରେ ଜଙ୍ଗଲରୁ ବାହାରି ବ୍ୟାପକ କ୍ଷୟକ୍ଷତି ଘଟାଇଲେ ଝାଡ଼ଖଣ୍ଡି ହାତୀପଲ l ବେତନଟୀ ରେଞ୍ଜ ଇଲାକାରେ ବିଚରଣ କରୁଥିବା ୨୦ଟିକିଆ ଝାଡଖଣ୍ଡି ହାତୀପଲ ବେତନଟୀବ୍ଲକ ଅତିକ୍ରମକରି ଗୁରୁବାର ସକାଳେ ମୋରଡା ଥାନା ଅଧୀନ ମସରଦା ଏବଂ ଅଙ୍ଗାରିଆ ଇଲାକାରେ ପ୍ରବେଶ କରିଥିବାବେଳେ ଅପରାହ୍ନରେ ଧାନକ୍ଷେତରେ ପଶି କ୍ଷୟକ୍ଷତି ଘଟାଇଛନ୍ତି l